0%
Welcome To Achha Organization . . . .
Uncategorized
[ February 29, 2020 by aachhaofficial 0 Comments ]

ବାଲେଶ୍ୱର ମହିଳାଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ସ୍ୱର ଉତ୍ତୋଳନ କଲା ଆଚ୍ଛା ସଙ୍ଗଠନ।

ଗତ ତା୧୭.୦୨.୨୦୨୦ରିଖରେ ମହିଳାଙ୍କୁ ବିକଳ୍ପ ଆତ୍ମନିଯୁକ୍ତି ପ୍ରସଂଗରେ ଅଣତାରକା-୯୨. ଶ୍ରୀ ରମେଶ ଚନ୍ଦ୍ର ସାଏଙ୍କ ପ୍ରଶ୍ନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କୁ ପ୍ରଶ୍ନ କରିଥିଲେ କି ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଓ ସରକାରୀ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟର କେଉଁ ଜିଲ୍ଲାର କେଉଁ ଅଂଚଳରେ କେତେ ମହିଳା ଯୌନ କର୍ମୀ ଭାବେ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି, ପ୍ରକାଶ କରି ସେମାନଙ୍କୁ ବିକଳ୍ପ ଆତ୍ମନିଯୁକ୍ତି ଯୋଗାଇ ଏହି କୁତ୍ସିତ ବୃତ୍ତିରୁ ନିବୃତ ପାଇଁ କି ପଦକ୍ଷେପ ଗ୍ରହଣ କରୁଛନ୍ତି ?
ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କହିଥିଲେ ଯେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି, ଜାତୀୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାରଙ୍କର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶୀକା ଅନୁଯାୟୀ ରାଜ୍ୟରେ ଏଚ.ଆଇ.ଭି. ଓ ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମମାନ କରୁଅଛି । ୧୦୨୧୦ ଜଣ ମହିଳା ଯୌନକର୍ମୀଙ୍କ ନିମନ୍ତେ ଲକ୍ଷ୍ୟଭେଦି ପ୍ରକଳ୍ପ ମାଧ୍ୟମରେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି , ଏଚ.ଆଇ.ଭି. ଓ ଏଡସ୍ ସମ୍ପର୍କିତ ସେବା ଓ ସୁବିଧା ଯୋଗାଇ ଆସୁଅଛି ।
ଉପରୋକ୍ତ ୧୦୨୧୦ ଜଣ ମହିଳା ଯୌନକର୍ମୀଙ୍କ ଜିଲ୍ଲା ଭିତ୍ତିକ ସଂଖ୍ୟାର ଏକ ତାଲିକା ମଧ୍ୟ ପ୍ରଦତ୍ତ କରାଯାଇଛି । ଯେଉଁଥିରେ ସାରା ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ୨୨ଗୋଟି ଜିଲ୍ଲାର ସଂଖ୍ୟାକୁ ଦର୍ଶାଯାଇଥିବା ବେଳେ ଆଉ ୮ ଗୋଟି ଜିଲ୍ଲାରେ ସଂଖ୍ୟା ନାହାନ୍ତି ।
ପୁନଃଶ୍ଚ ମନ୍ତ୍ରୀ ନିଜର ମନ୍ତବ୍ୟରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ମହିଳା ଯୌନକର୍ମୀ ଥିବାର ଆଲୋଚନା କରିଛନ୍ତି । କଟକ, ଭୁବନେଶ୍ୱରରେ ଖୁଲମଖୁଲା ଦେହ ବ୍ୟବସାୟ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ମହିଳା ଯୌନ କାରବାରରେ ଥିବା ରିପୋର୍ଟ ବାଲେଶ୍ୱରର ସମଗ ନାରୀ ଜାତି ତଥା ବାଲେଶ୍ୱରବାସୀଙ୍କ ପ୍ରତି ଦୁଃଖର ବିଷୟ ।
ଏହାର ସଠିକ୍ ଭାବରେ ତଦନ୍ତ କରି ଏହା କେଉଁ ଆଧାରରେ ପ୍ରସ୍ତୁତ କରାଯାଇଛି ତା’ର ସଠିକ୍ ପ୍ରମାଣ ନଦେଲେ ଆଗାମୀ ୭ଦିନ ମଧ୍ୟରେ ଆମ୍ଭେ ତଥା ସମଗ୍ର ବାଲେଶ୍ୱର ଜିଲ୍ଲାବାସୀ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ରାସ୍ତାକୁ ଓହ୍ଲାଇବା ସହ ସମଗ୍ର ବାଲେଶ୍ୱର ଜିଲ୍ଲାକୁ ବନ୍ଦ କରିବେ ଏବଂ ଆଗାମୀ ଦିନରେ ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତକୁ ବିରୋଧ କରିବେ ବୋଲି ସ୍ୱେଚ୍ଛାସେବୀ ସଙ୍ଗଠନ ଆଚ୍ଛା ଚେତାବନୀ ଦେଇଛି ।
ତତ୍ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଚ୍ଛା ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଅଛି କି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଯଦି ଭୂଲ ଥାଏ ତେବେ ନାରୀ ଜାତିକୁ ସମ୍ମାନ ଦେଉଥିବା ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ତାଙ୍କର ମନ୍ତ୍ରୀ ମଣ୍ଡଳରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର କଲେ ସମଗ୍ର ବାଲେଶ୍ୱରର ନାରୀ ସମାଜ ତଥା ବାଲେଶ୍ୱରବାସୀ ଆପଣଙ୍କଠାରେ ଚିରଉପକୃତ ହେବେ । ଏଥିରେ ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ୍ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ରାକେଶ କୁମାର ଶିଅଳ, ହେମନ୍ତ ଶିଅଳ, ନମିତା ପାତ୍ର, ମୋନାଲିଶା ମହାନ୍ତି, ଭଗବାନ ବେହେରା ପ୍ରଭୃତି ଶତାଧିକ ସଦଶ୍ୟ ଓ ସଦଶ୍ୟା ଉପସ୍ଥିତ ଥିଲେ ।

Uncategorized
[ February 29, 2020 by aachhaofficial 0 Comments ]

ଥଲାସେମିଆ ରୋଗୀଙ୍କୁ ମିଳିଲା ଉଚିତ ଚିକିତ୍ସା; ଆଚ୍ଛା ସଙ୍ଗଠନର ଆମରଣ ଅନଶନ ସାମ୍ନାରେ ହାର ମାନିଲା ପ୍ରଶାସନ।

ଆଚ୍ଛା ସଙ୍ଗଠନ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷପ ନ ନିଆଯାଇଥିବା ପ୍ରତିବାଦରେ ଗତ ଡିସେମ୍ବର ୨ତାରିଖ ସକାଳ ୮ ଘଟିକା ଠାରୁ ଥାଲାସେମିଆ ରୋଗୀ ମାନଙ୍କ ସୁସ୍ଥତା ପାଇଁ ୧୧ ଗୋଟି ଦାବିର ସମାଧାନ ଉଦ୍ଦେଶ୍ୟରେ ଆମରଣ ଅନଶନରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ ଓ ଥାଲାସେମିଆ ରୋଗୀମାନଙ୍କର ଅବିଭାବକ ମାନଙ୍କ ମଧ୍ୟରେ ଉଦୟ ଭାନୁ ନାୟକ, ପ୍ରଭାକର ନାୟକ, ନିର୍ମଳା ସିଂ, ମମତା ସାହୁ, ପୁଷ୍ପାଞ୍ଜଳୀ ନାୟକ, ସୁକାନ୍ତି ପାତ୍ର, ମଞ୍ଜୁଲତା ଦାସ, ଶୁସମା ବେହେରା, ବାସନ୍ତି ନାୟକ, ନିର୍ମଳା ନାୟକ, ଜ୍ୟଶ୍ନା ଥାପ୍ପା, ସବିତା ମହାରଣା, ସନ୍ତଷ କୁମାର ଜେନା ଅନଶନରେ ସାମିଲ ହୋଇଥିଲେ । ଦାବି ଗୁଡିକ ହେଉଛି ବ୍ଲଡ ବ୍ୟଙ୍କ ଠାରେ ରକ୍ତରୁ ପ୍ଲାଜ୍ମା ଓ ଶ୍ୱେତ କଣିକା କାଢିବା ପରେ ପିଲାଙ୍କ ଓଜନ ହିସାବରେ ରକ୍ତ ଦିଆଯିବା, ଥାଲାସେମିଆ ମେଜର ମାନଙ୍କୁ ୮ କିମ୍ବା ୯ ହିମୋଗ୍ଲୋବିନ୍ ଥାଇ ରକ୍ତ ଦିଆଯିବା, ସ୍ୱତନ୍ତ୍ର ଥାଲାସେମିଆ ଡେ କେୟାରରେ ଡାକ୍ତର ଓ ନର୍ସ ଦିଆଯିବା, ହେମୋଗ୍ଲୋବିନ୍ ଇଲେକ୍ଟ୍ରୋଫରସିସ୍ ବା ଏଚ୍.ପି.ଏଲ୍.ସି. , ସିରମ୍ ଫୋରେଟିନ, ଏଚ୍.ଆଇ.ଭି. ଓ ଏଚ୍.ସି.ଭି. ର ପରିକ୍ଷଣର ସୁବିଧା କରାଯିବା, ରକ୍ତ ଦ୍ୱାରା ପ୍ରବେଶ କରୁଥିବା ରୋଗ ହେପାଟାଇଟିସ୍ ଓ ଏଚ୍.ଆଇ.ଭି. ନିରୁପଣ ପାଇଁ ବାର୍ଷିକ ସ୍କ୍ରିନିଙ୍ଗ କରାଯିବା, ହେପାଟାଇଟିସ୍-ବି ପାଇଁ ପ୍ରତ୍ୟକ ପାଞ୍ଚ ବର୍ଷରେ ଟିକା ଦିଆଯିବା, ସ୍କ୍ରିନିଂ ପଜେଟିଭ ହେପାଟାଇଟିସ୍-ବି ଓ ସି ର ଭାଇରାଲ ଲୋଡ ଓ ଜେନେଟାଇପ୍ ର ପରିକ୍ଷଣ ପ୍ରତି ବର୍ଷ ମାଗଣାରେ କରାଯିବା, ହେପାଟାଇଟିସ୍-ବି ଓ ସି ନିମନ୍ତେ ଏଚ୍.ଆଇ.ଭି. ରକମ ବାଲେଶ୍ୱର ସରକାରୀ ଡାକ୍ତର ଖାନାରେ ଔଷଧ ଉପଲବ୍ଧ କରାଯିବା, ରୋଗୀଙ୍କ ଅବିଭାବକ ମାନେ ରୋଗ ବିଷୟରେ ଭଲଭାବରେ ବୁଝିବା ପାଇଁ ଜେନେଟିକ୍ କାଉନସଲେର ର ନିଯୁକ୍ତି କରାଯିବା, ଥାଲାସେମିଆ ବାହାକଙ୍କର ପ୍ରସୁତି ସମୟ ପୁର୍ବରୁ ପରିକ୍ଷା ପାଇଁ ସରକାରୀ ଡାକ୍ତରଖାନାରେ ପରିକ୍ଷଣ ପାଇଁ ସୁବିଧା କରାଯିବା, ଥାଲାସେମିଆ ରୋଗୀଙ୍କ ଚିକିତ୍ସା ପାଇଁ ଗାଇଡଲାଇନର ଅନୁକରଣ କରାଯିବା ।

ଏହି ଆମରଣ ଅନଶନରେ ବାଲେଶ୍ୱର ଡି.ଏସ୍.ପି. ମନୋଜ ରାଉତ ଆସି ବୁଝାସୁଝା କଲାପରେ ସି.ଡି.ଏମ୍.ଓ. ବାନାର୍ଜୀ ପ୍ରସାଦ ଛୋଟରାୟ ଏବଂ ମେଡିକାଲ ସୁପରିଟେଣ୍ଡ ସୁଧିର କୁମାର ଘୋଷ ଆସି ବୁଝାସୁଝା କଲାପରେ ୧୧ ଦଫା ଦାବି ମଧ୍ୟରୁ ୬ଟି ଦାବିକୁ ତୁରନ୍ତ ସମାଧାନ ସହ ଥାଲାସେମିଆ ପିଲାମାନେ ସପ୍ତାହରେ ଆଗରୁ ୩ ଦିନ ରକ୍ତ ପାଉଥିଲେ ମାତ୍ର ଆସନ୍ତା ସପ୍ତାହରୁ କେବଳ ରବିବାରକୁ ଛାଡିଦେଇ ଆଉ ସବୁଦିନ ରକ୍ତ ନେଇପାରିବେ ଏବଂ ଆଉ ୫ଟି ଦାବିକୁ ୨ମାସ ମଧ୍ୟରେ କରାଇବେ ବୋଲି ଲିଖିତ ପ୍ରତିଶୃତି ଦେଲାପରେ ଦୀର୍ଘ ସାଢେ ତେର ଘଣ୍ଟା ପରେ ଅନଶନକାରୀଙ୍କୁ ଓ.ଆର୍.ଏସ୍.ଏଲ୍. ପିଆଇ ଅନଶନ ଭଙ୍ଗ କରାଯାଇଛି । ଅନଶନରେ ସଙ୍ଗଠନ ପକ୍ଷରୁ ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଉପସଭାପତି ସରିତା ସାହୁ, ସହ-ସମ୍ପାଦକ ଭଗବାନ ବେହେରା, କୋଷାଧକ୍ଷ ରାକେଶ କୁମାର ଶିଅଳ, ସଂଯୋଜକ ଆଦ୍ୟାଶା ଚଣ୍ଡ, ମୋନାଲିଶା ନାୟକ, ନମିତା ପାତ୍ର ପ୍ରଭୃତି ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସଙ୍ଗଠନ ପକ୍ଷରୁ ପୁଣି ମଧ୍ୟ ଚେତାବନୀ ଦିଆଯାଇଛି କି ଆଉ ବାକି ୫ ଟି ଦାବି ଦେଇଥିବା ସମୟ ୨ ମାସ ମଧ୍ୟରେ ନହେଲେ ପୁଣି ଆମରଣ ଅନଶନରେ ବସିବେ ।

Uncategorized
[ February 29, 2020 by aachhaofficial 0 Comments ]

ଆଚ୍ଛା ସଙ୍ଗଠନର ଆମରଣ ଅନଶନ ସାମ୍ନାରେ ହାର ମାନିଲା ପ୍ରଶାସନ, ଥଲାସେମିଆ ରୋଗୀଙ୍କୁ ମିଳିଲା ଉଚିତ ଚିକିତ୍ସା।

ଆଚ୍ଛା ସଙ୍ଗଠନ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷପ ନ ନିଆଯାଇଥିବା ପ୍ରତିବାଦରେ ଗତ ଡିସେମ୍ବର ୨ତାରିଖ ସକାଳ ୮ ଘଟିକା ଠାରୁ ଥାଲାସେମିଆ ରୋଗୀ ମାନଙ୍କ ସୁସ୍ଥତା ପାଇଁ ୧୧ ଗୋଟି ଦାବିର ସମାଧାନ ଉଦ୍ଦେଶ୍ୟରେ ଆମରଣ ଅନଶନରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ ଓ ଥାଲାସେମିଆ ରୋଗୀମାନଙ୍କର ଅବିଭାବକ ମାନଙ୍କ ମଧ୍ୟରେ ଉଦୟ ଭାନୁ ନାୟକ, ପ୍ରଭାକର ନାୟକ, ନିର୍ମଳା ସିଂ, ମମତା ସାହୁ, ପୁଷ୍ପାଞ୍ଜଳୀ ନାୟକ, ସୁକାନ୍ତି ପାତ୍ର, ମଞ୍ଜୁଲତା ଦାସ, ଶୁସମା ବେହେରା, ବାସନ୍ତି ନାୟକ, ନିର୍ମଳା ନାୟକ, ଜ୍ୟଶ୍ନା ଥାପ୍ପା, ସବିତା ମହାରଣା, ସନ୍ତଷ କୁମାର ଜେନା ଅନଶନରେ ସାମିଲ ହୋଇଥିଲେ । ଦାବି ଗୁଡିକ ହେଉଛି ବ୍ଲଡ ବ୍ୟଙ୍କ ଠାରେ ରକ୍ତରୁ ପ୍ଲାଜ୍ମା ଓ ଶ୍ୱେତ କଣିକା କାଢିବା ପରେ ପିଲାଙ୍କ ଓଜନ ହିସାବରେ ରକ୍ତ ଦିଆଯିବା, ଥାଲାସେମିଆ ମେଜର ମାନଙ୍କୁ ୮ କିମ୍ବା ୯ ହିମୋଗ୍ଲୋବିନ୍ ଥାଇ ରକ୍ତ ଦିଆଯିବା, ସ୍ୱତନ୍ତ୍ର ଥାଲାସେମିଆ ଡେ କେୟାରରେ ଡାକ୍ତର ଓ ନର୍ସ ଦିଆଯିବା, ହେମୋଗ୍ଲୋବିନ୍ ଇଲେକ୍ଟ୍ରୋଫରସିସ୍ ବା ଏଚ୍.ପି.ଏଲ୍.ସି. , ସିରମ୍ ଫୋରେଟିନ, ଏଚ୍.ଆଇ.ଭି. ଓ ଏଚ୍.ସି.ଭି. ର ପରିକ୍ଷଣର ସୁବିଧା କରାଯିବା, ରକ୍ତ ଦ୍ୱାରା ପ୍ରବେଶ କରୁଥିବା ରୋଗ ହେପାଟାଇଟିସ୍ ଓ ଏଚ୍.ଆଇ.ଭି. ନିରୁପଣ ପାଇଁ ବାର୍ଷିକ ସ୍କ୍ରିନିଙ୍ଗ କରାଯିବା, ହେପାଟାଇଟିସ୍-ବି ପାଇଁ ପ୍ରତ୍ୟକ ପାଞ୍ଚ ବର୍ଷରେ ଟିକା ଦିଆଯିବା, ସ୍କ୍ରିନିଂ ପଜେଟିଭ ହେପାଟାଇଟିସ୍-ବି ଓ ସି ର ଭାଇରାଲ ଲୋଡ ଓ ଜେନେଟାଇପ୍ ର ପରିକ୍ଷଣ ପ୍ରତି ବର୍ଷ ମାଗଣାରେ କରାଯିବା, ହେପାଟାଇଟିସ୍-ବି ଓ ସି ନିମନ୍ତେ ଏଚ୍.ଆଇ.ଭି. ରକମ ବାଲେଶ୍ୱର ସରକାରୀ ଡାକ୍ତର ଖାନାରେ ଔଷଧ ଉପଲବ୍ଧ କରାଯିବା, ରୋଗୀଙ୍କ ଅବିଭାବକ ମାନେ ରୋଗ ବିଷୟରେ ଭଲଭାବରେ ବୁଝିବା ପାଇଁ ଜେନେଟିକ୍ କାଉନସଲେର ର ନିଯୁକ୍ତି କରାଯିବା, ଥାଲାସେମିଆ ବାହାକଙ୍କର ପ୍ରସୁତି ସମୟ ପୁର୍ବରୁ ପରିକ୍ଷା ପାଇଁ ସରକାରୀ ଡାକ୍ତରଖାନାରେ ପରିକ୍ଷଣ ପାଇଁ ସୁବିଧା କରାଯିବା, ଥାଲାସେମିଆ ରୋଗୀଙ୍କ ଚିକିତ୍ସା ପାଇଁ ଗାଇଡଲାଇନର ଅନୁକରଣ କରାଯିବା ।

L ଏହି ଆମରଣ ଅନଶନରେ ବାଲେଶ୍ୱର ଡି.ଏସ୍.ପି. ମନୋଜ ରାଉତ ଆସି ବୁଝାସୁଝା କଲାପରେ ସି.ଡି.ଏମ୍.ଓ. ବାନାର୍ଜୀ ପ୍ରସାଦ ଛୋଟରାୟ ଏବଂ ମେଡିକାଲ ସୁପରିଟେଣ୍ଡ ସୁଧିର କୁମାର ଘୋଷ ଆସି ବୁଝାସୁଝା କଲାପରେ ୧୧ ଦଫା ଦାବି ମଧ୍ୟରୁ ୬ଟି ଦାବିକୁ ତୁରନ୍ତ ସମାଧାନ ସହ ଥାଲାସେମିଆ ପିଲାମାନେ ସପ୍ତାହରେ ଆଗରୁ ୩ ଦିନ ରକ୍ତ ପାଉଥିଲେ ମାତ୍ର ଆସନ୍ତା ସପ୍ତାହରୁ କେବଳ ରବିବାରକୁ ଛାଡିଦେଇ ଆଉ ସବୁଦିନ ରକ୍ତ ନେଇପାରିବେ ଏବଂ ଆଉ ୫ଟି ଦାବିକୁ ୨ମାସ ମଧ୍ୟରେ କରାଇବେ ବୋଲି ଲିଖିତ ପ୍ରତିଶୃତି ଦେଲାପରେ ଦୀର୍ଘ ସାଢେ ତେର ଘଣ୍ଟା ପରେ ଅନଶନକାରୀଙ୍କୁ ଓ.ଆର୍.ଏସ୍.ଏଲ୍. ପିଆଇ ଅନଶନ ଭଙ୍ଗ କରାଯାଇଛି । ଅନଶନରେ ସଙ୍ଗଠନ ପକ୍ଷରୁ ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଉପସଭାପତି ସରିତା ସାହୁ, ସହ-ସମ୍ପାଦକ ଭଗବାନ ବେହେରା, କୋଷାଧକ୍ଷ ରାକେଶ କୁମାର ଶିଅଳ, ସଂଯୋଜକ ଆଦ୍ୟାଶା ଚଣ୍ଡ, ମୋନାଲିଶା ନାୟକ, ନମିତା ପତ୍ର ପ୍ରଭୃତି ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସଙ୍ଗଠନ ପକ୍ଷରୁ ପୁଣି ମଧ୍ୟ ଚେତାବନୀ ଦିଆଯାଇଛି କି ଆଉ ବାକି ୫ ଟି ଦାବି ଦେଇଥିବା ସମୟ ୨ ମାସ ମଧ୍ୟରେ ନହେଲେ ପୁଣି ଆମରଣ ଅନଶନରେ ବସିବେ ।

Uncategorized
[ February 29, 2020 by aachhaofficial 0 Comments ]

ଆଚ୍ଛା ସଙ୍ଗଠନ ପକ୍ଷରୁ ‘ଦୀପାବଳି’ ଆନନ୍ଦମାର୍ଗ ଆଶ୍ରମ ବିଦ୍ୟାଳୟରେ କୁନିକୁନି ପିଲା ମାନଙ୍କ ସହ ପାଳନ କରାଯାଇଛି।

ଆଲୋକର ପର୍ବ ଦୀପାବଳିରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ଵର ସଦର ବ୍ଲକ ଓଲନ୍ଦା ସରଗାଁ ପଞ୍ଚାୟତ ର ଆକିନିଆଁ ସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ ବିଦ୍ୟାଳୟରେ କୁନିକୁନି ପିଲା ମାନଙ୍କ ସହ ଏକ ଖୁସିର ଉତ୍ସବ ପାଳନ କରାଯାଇଛି । 2002 ମସିହାରେ ବିଶିଷ୍ଟ ସମାଜସେବୀ ଶ୍ରୀ ଭାସ୍କର ଜେନାଙ୍କ ଦ୍ୱାରା ଗରିବ ଅସହାୟ କୁନିକୁନି ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଏବଂ ଉତ୍ତମ ଭରଣ ପୋଷଣ ପାଇଁ ନିଜସ୍ଵ ପାଣ୍ଠିରୁ ଏହି ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରି କୁନିକୁନି ପିଲା ମାନଙ୍କୁ ସମାଜର ପ୍ରତିଷ୍ଠିତ ମଣିଷଟିଏ ତିଆରି କରିବାକୁ ଉଦ୍ୟମ କରିଛନ୍ତି । ଆଚ୍ଛା ସଂଗଠନର ଭଦ୍ରକ ଜିଲ୍ଲାର ସଭାପତି ବିଦ୍ୟୁତ ନାୟକଙ୍କ ପରାମର୍ଶ କ୍ରମେ ଏହି ବର୍ଷ ଦୀପାବଳି କୁ ଆକିନିଆଁ ସ୍ଥିତ ଆନଦ ମାର୍ଗ ଆଶ୍ରମ ବିଦ୍ୟାଳୟ ରେ ପାଳନ କରିବା ପାଇଁ ମନସ୍ଥ ହେବା ପରେ ସଙ୍ଗଠନ ର ସମସ୍ତ ସଦସ୍ୟ ଙ୍କ ଆନୁମୋଦନ ରେ ଉକ୍ତ ବିଦ୍ୟାଳୟରେ ଚକଲେଟ ବଣ୍ଟନ ଏବଂ ଭୋଜିଭାତ ସହ ରୋଷଣୀ, ଝରାବତୀ ଓ ଚମକାବତୀ ଲଗାଇ କୁନିକୁନି ପିଲାମାନଙ୍କୁ ମନୋରଞ୍ଜନ କରାଯାଇଥିଲା । ଏଥିସହ ଆଶ୍ରମ ରେ ବୃକ୍ଷ ରୋପଣ, ଭଜନ-କୀର୍ତ୍ତନ ଏବଂ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମ ରେ ବାଲେଶ୍ଵର ଜିଲ୍ଲା ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଚ୍ଛା ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟି, ଉପ ସଭାପତି ସରିତା ସାହୁ, ଆବାହକ ଅଜୟ ନାୟକ, ସଂଯୋଜକ ରାକେଶ ସିଅଳ, ନମିତ। ପାତ୍ର, ଅଜୟ ନାୟକ, ଭଗବାନ ବେହେରା, କାର୍ତିକ ଦତ୍ତ ସିଂ, ପଦ୍ମାବତୀ ବେହେରା, ସାମଳି ଦାସ, ଯୋଗେନ୍ଦ୍ର ନାଥ ପାଢ଼ୀ, ଗଣେଶ ସାହୁ ପ୍ରଭୃତି ଉପସ୍ଥିତ ଥିଲେ ।

Need Help? Chat with us
Please accept our privacy policy first to start a conversation.