0%
Welcome To Achha Organization . . . .
[ February 29, 2020 by aachhaofficial 0 Comments ]

ଆଚ୍ଛା ସଙ୍ଗଠନ ପକ୍ଷରୁ ‘ଦୀପାବଳି’ ଆନନ୍ଦମାର୍ଗ ଆଶ୍ରମ ବିଦ୍ୟାଳୟରେ କୁନିକୁନି ପିଲା ମାନଙ୍କ ସହ ପାଳନ କରାଯାଇଛି।

Sharing is caring!

ଆଲୋକର ପର୍ବ ଦୀପାବଳିରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ଵର ସଦର ବ୍ଲକ ଓଲନ୍ଦା ସରଗାଁ ପଞ୍ଚାୟତ ର ଆକିନିଆଁ ସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ ବିଦ୍ୟାଳୟରେ କୁନିକୁନି ପିଲା ମାନଙ୍କ ସହ ଏକ ଖୁସିର ଉତ୍ସବ ପାଳନ କରାଯାଇଛି । 2002 ମସିହାରେ ବିଶିଷ୍ଟ ସମାଜସେବୀ ଶ୍ରୀ ଭାସ୍କର ଜେନାଙ୍କ ଦ୍ୱାରା ଗରିବ ଅସହାୟ କୁନିକୁନି ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଏବଂ ଉତ୍ତମ ଭରଣ ପୋଷଣ ପାଇଁ ନିଜସ୍ଵ ପାଣ୍ଠିରୁ ଏହି ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରି କୁନିକୁନି ପିଲା ମାନଙ୍କୁ ସମାଜର ପ୍ରତିଷ୍ଠିତ ମଣିଷଟିଏ ତିଆରି କରିବାକୁ ଉଦ୍ୟମ କରିଛନ୍ତି । ଆଚ୍ଛା ସଂଗଠନର ଭଦ୍ରକ ଜିଲ୍ଲାର ସଭାପତି ବିଦ୍ୟୁତ ନାୟକଙ୍କ ପରାମର୍ଶ କ୍ରମେ ଏହି ବର୍ଷ ଦୀପାବଳି କୁ ଆକିନିଆଁ ସ୍ଥିତ ଆନଦ ମାର୍ଗ ଆଶ୍ରମ ବିଦ୍ୟାଳୟ ରେ ପାଳନ କରିବା ପାଇଁ ମନସ୍ଥ ହେବା ପରେ ସଙ୍ଗଠନ ର ସମସ୍ତ ସଦସ୍ୟ ଙ୍କ ଆନୁମୋଦନ ରେ ଉକ୍ତ ବିଦ୍ୟାଳୟରେ ଚକଲେଟ ବଣ୍ଟନ ଏବଂ ଭୋଜିଭାତ ସହ ରୋଷଣୀ, ଝରାବତୀ ଓ ଚମକାବତୀ ଲଗାଇ କୁନିକୁନି ପିଲାମାନଙ୍କୁ ମନୋରଞ୍ଜନ କରାଯାଇଥିଲା । ଏଥିସହ ଆଶ୍ରମ ରେ ବୃକ୍ଷ ରୋପଣ, ଭଜନ-କୀର୍ତ୍ତନ ଏବଂ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମ ରେ ବାଲେଶ୍ଵର ଜିଲ୍ଲା ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଚ୍ଛା ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟି, ଉପ ସଭାପତି ସରିତା ସାହୁ, ଆବାହକ ଅଜୟ ନାୟକ, ସଂଯୋଜକ ରାକେଶ ସିଅଳ, ନମିତ। ପାତ୍ର, ଅଜୟ ନାୟକ, ଭଗବାନ ବେହେରା, କାର୍ତିକ ଦତ୍ତ ସିଂ, ପଦ୍ମାବତୀ ବେହେରା, ସାମଳି ଦାସ, ଯୋଗେନ୍ଦ୍ର ନାଥ ପାଢ଼ୀ, ଗଣେଶ ସାହୁ ପ୍ରଭୃତି ଉପସ୍ଥିତ ଥିଲେ ।

Sharing is caring!

Leave a Reply

Your email address will not be published. Required fields are marked *

shares
Need Help? Chat with us
Please accept our privacy policy first to start a conversation.